ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକାରୀ ଦଳ ଏସଆଇଟିକୁ ୨ ମାସର ସମୟ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାରେ ଏସଆଇଟି କୋର୍ଟରେ ଜମା କରିଥିବା ରିପୋର୍ଟକୁ ଅନୁଧ୍ୟାନ କରି ମଙ୍ଗଳବାର ଏସଆଇଟିକୁ ଅଧିକ ତଦନ୍ତ ପାଇଁ କୋର୍ଟ ଅଧିକ ସମୟ ଦେଇଥିବା ସୂଚନା ମିଳିଛି। ଏଥିସହ ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରିବା ପାଇଁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି।ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ପକ୍‌ସୋ କୋର୍ଟ ନାବାଳକ ଦର୍ଶାଇଛନ୍ତି। ଅଭିଯୁକ୍ତଙ୍କୁ ୧୮ ବର୍ଷ ହୋଇ ନଥିବାରୁ ଏହି କେସ୍‌ଟିକୁ ଜୁଭେଇନାଲ ବୋର୍ଡକୁ ସ୍ଥାନାନ୍ତରଣ କରିଥିଲେ ପକ୍‌ସୋ କୋର୍ଟ। ଏହାପରେ ଅଭିଯୁକ୍ତକୁ ଅନୁଗୁଳରେ ଥିବା ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ।

Comment