ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ସାମ୍ନାକୁ ଆସିଛି ଲଜ୍ଜା। ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ରାଉରେକଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ। ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ରାଉରକେଲା କୁଆଁରମୁଣ୍ଡା ଅନ୍ତର୍ଗତ ଏକ ଜଙ୍ଗଲରେ କିଛି ଯୁବକ ଦୁଇଜଣ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲେ। ଏଥିରେ ଜଣେ ଯୁବତୀ କୌଶଳକ୍ରମେ ଖସି ଆଥିଲା ବେଳେ ଅନ୍ୟ ଜଣେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଡ଼ିତାଙ୍କ ପରିବାର ତରଫରୁ ଅଭିଯୋଗ ପରେ କୁଆଁରମୁଣ୍ଡା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Comment