ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ପରେ ବଲାଙ୍ଗିରରେ ଡାଇରିଆ ଆତଙ୍କ ଦେଖାଦେଇଛି। ଝାଡ଼ାବାନ୍ତି ଯୋଗୁଁ ସୋମବାର ଦିନ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣ କଣ୍ଟାବାଞ୍ଝି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ପୁଡ଼ାପଦାର ଗାଁର ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ସାହୁ।

ଏହା ପୂର୍ବରୁ ଇସ୍ପାତ ନଗରୀ ରାଉରକେଲାରେ ହଇଜା ଆତଙ୍କ ଦେଖାଦେଇଥିଲା। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାୟ ୧୪ ଜଣ ପ୍ରାଣ ହରାଇଥିବାବେଳେ ୧୩ ଶହରୁ ଅଧିକ ଆକ୍ରାନ୍ତ ହୋଇଥିଲେ।

Tags: #Balangir #Rourkela #Diarrhea #Death #Odisha #Health

Comment