ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢୋ ଲୁଇପା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା। କଲେଜରେ ରୌପ୍ୟ ଜୟନ୍ତୀକୁ ବନ୍ଦ କରାଯିବା ସହିତ କଲେଜର ବିଭିନ୍ନ ସମସ୍ୟା ପ୍ରତି କଲେଜ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରି ୫ ଦଫା ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

କଲେଜର ରୌପ୍ୟ ଜୟନ୍ତୀ ପାଳନ, ସମ୍ମିଳନୀ କକ୍ଷର ନିର୍ମାଣ, ବାଳକ ସାଧାରଣ କକ୍ଷ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ନିର୍ମାଣ ଏବଂ ଖେଳ ପଡ଼ିଆର ବନ୍ଦୋବସ୍ତ ଏଭଳି ୫ଟି ଦାବି ନେଇ ଛାତ୍ରଛାତ୍ରୀମାନେ କଲେଜ ଗେଟ୍‌ ସମ୍ନାରେ ଧାରଣାରେ ବସିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହିତ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲା। ତେବେ ଅଭଯୋଗକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ।

Comment