ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଏଙ୍ଗ୍ଲୋ-ଇଣ୍ଡିଆନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହାକୁ ଉଠାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲୋକସଭାରେ ଏହି ଗୋଷ୍ଠୀର ଦୁଇ ଜଣ ସଦସ୍ୟ ମନୋନିତ ହୋଇଥାନ୍ତି। ଏବେ ଏହା ବନ୍ଦ ହେବ।

ଲୋକସଭାର ୫୪୫ ଆସନ ଭିତରୁ ୨ଟି ଆସନ ଏଙ୍ଗ୍ଲୋ-ଇଣ୍ଡିଆନଙ୍କ ପାଇଁ ରଖାଯାଇଥାଏ। ବହୁ ବର୍ଷ ଧରି ଏହି ବ୍ୟବସ୍ଥା ଚାଲିଆସିଛି। ଆଗକୁ ଏହି ସଂରକ୍ଷଣ କିନ୍ତୁ ରହିବ ନାହିଁ। ଏଙ୍ଗ୍ଲୋ- ଇଣ୍ଡିଆନ ହେଉଛନ୍ତି ସେଇମାନେ ଯେଉଁମାନେ ମୂଳ ବ୍ରିଟେନର ଲୋକ।

କେନ୍ଦ୍ର କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ଯେତେବେଳେ ଏହି କଥା ପଚରାଗଲା ସେ ସିଧାସଳଖ ଏହାର ଉତ୍ତର ଦେଇନଥିଲେ। କହିଥିଲେ ଯେ ସଂସଦରେ ଯେତେବେଳେ ବିଲ୍‌ ଆସିବ ସବୁ କଥା ଜାଣିପାରିବେ।

Comment