ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମକୁ  ସାତବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ଦୋଷୀମାନଙ୍କୁ ସଜା ମିଳିନି। ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିବା ପରେ ଗତ କିଛି ଦିନ ତଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏପରିକି ତିହାର ଜେଲରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜହ୍ଲାଦ ନାହାଁନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା।

ଏହି ଖବର ପ୍ରକାଶ ପାଇବା ପରେ, ହିମାଚଳ ପ୍ରଦେଶର ସିମଲାରେ ରହୁଥିବା ରବି କୁମାର ନାମକ ଏକ ଯୁବକ ତିହାର ଜେଲର ଜହ୍ଲାଦ ହେବା ପାଇଁ  ଇଚ୍ଛା କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ତାଙ୍କୁ ତିହାର ଜେଲର ଅସ୍ଥାୟୀ ଜହ୍ଲାଦ ଭାବେ ନିଯୁକ୍ତ କରାଯାଉ। ଯାହାଫଳରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇପାରିବ।

୨୦୧୨ରେ ନିର୍ଭୟା ଗଣବଳାତ୍କାରରେ ମୋଟ ୬ ଜଣ ଦୋଷୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଭିତରୁ ଜଣେ ନାବାଳକ ଅପରାଧୀକୁ ୧୮ବର୍ଷ ହେବା ପରେ ତାକୁ ଛାଡ଼ି ଦିଆଯାଇଥିଲେ। ଅନ୍ୟଜଣେ ଦୋଷୀ ତିହାର ଜେଲରେ ହିଁ ଆତ୍ମହତ୍ୟା କରିଥିଲେ। ବାକି ଥିବା ଆଉ ୪ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି।

ତେବେ ସେମାନଙ୍କ ଭିତରୁ ବିନୟ ଶର୍ମା ନାମକ ଜଣେ ଦୋଷୀ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ଏପର୍ଯ୍ୟନ୍ତ ତାଙ୍କର ଚୂଡ଼ାନ୍ତ ରାୟ ଦେଇନାହାନ୍ତି। ରାଷ୍ଟ୍ରପତିଙ୍କ ଚୂଡ଼ାନ୍ତ ରାୟ ପରେ ଦୋଷୀମାନଙ୍କ ବିରୋଧରେ ଦଣ୍ଡାଦେଶ କରାଯିବ।

LEAVE A REPLY

Please enter your comment!
Please enter your name here