ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବେ ଦୁଇ ଜଣ ଘାତକ। ତିହାର ଜେଲ୍ ପ୍ରଶାସନ ଏନେଇ ଉତ୍ତର ପ୍ରଦେଶ ଜେଲ୍ ଡିଜିଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

ନିର୍ଭୟା ଗଣଦୁଷ୍କର୍ମର ଚାରି ଜଣ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବା ପାଇଁ ଜଣେ ଘାତକ ଯଥେଷ୍ଟ ହେବେ ନାହିଁ। ଏଥିପାଇଁ ଦୁଇ ଜଣ ଘାତକଙ୍କ ଆବଶ୍ୟକତା ପଡ଼ିବ ବୋଲି ତିହାର ଜେଲ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ମିରଟ ଜେଲର ଘାତକ ପବନ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବା ପାଇଁ ପ୍ରସ୍ତୁତ ରହିଥିବା ସମୟରେ ଆଉ ଜଣେ ଘାତକର ସନ୍ଧାନ ଚାଲିଛି।

ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ଏହି ମାମଲାର ବିଚାର କରି ଦୋଷୀମାନଙ୍କ ଫାଶୀ ଦଣ୍ଡାଦେଶ କାଏମ୍ ରଖିଥିଲା। ଜାନୁଆରି ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ ବୋଲି କୋର୍ଟ ନିଜର ରାୟ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here