ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ସମସ୍ତ ନିର୍ଭୟା ଦୋଷୀ। ସେଥିପାଇଁ ତିହାର ଜେଲରେ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇସାରିଛି। ଅନ୍ୟପକ୍ଷରେ ଫାଶୀରୁ ବଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି ଦୋଷୀ। ମାର୍ଚ୍ଚ ୩ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ପୂର୍ବରୁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି।

ପୂର୍ବରୁ ଦୁଇ ଥର ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିବା ପରେ ଏବେ ପୁଣି କାଲିର ଡେଥ୍‌ ଓ୍ଵାରେଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ଗୋଟିଏ ପରେ ଗୋଟିଏ ଆବେଦନ କରି ଚାଲିଛନ୍ତି। ଫଳରେ ଶୁଣାଣି ପ୍ରକ୍ରିୟାରେ ବିଳମ୍ଵ ହେଉଛି।

ଫେବ୍ରୁଆରି ୨୮ ତାରିଖରେ ଦୋଷୀ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଥିଲା। ଫାଶୀଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଏହି ପିଟିସନ୍‌ରେ ଆବେଦନ କରିଛି ପବନ। ସେହିପରି ଫେବ୍ରୁଆରି ୨୯ ତାରିଖରେ ଦୋଷୀ ଅକ୍ଷୟ କୁମାର ସିଂ ପୁଣି ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଥରେ ରାଜକ୍ଷମା ଖାରଜ ପରେ ପୁଣି ଦ୍ଵିତୀୟ ଥର ପାଇଁ ଏହି ଆବେଦନ କରିଛି ଅକ୍ଷୟ।

ପୂର୍ବରୁ ଦୁଇଥର ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିବା ପରେ ବର୍ତ୍ତମାନ ତୃତୀୟ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି। ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ତୃତୀୟ ଥର ଓ୍ଵାରେଣ୍ଟ ଜାରି କରିଛନ୍ତି ହେଲେ ତାହା କେତେଦୂର ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment