ଓଡ଼ିଶାଲାଇଭ୍ ବ୍ୟୁରୋ

ଚିନାବାଦାମ ଖାଇଲେ ଶରୀରକୁ ବେଶ୍‌ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍‌ ସହ ଭିଟାମିନ୍‌ ଏ, ବି, ସି ଏବଂ ୨୬ ପ୍ରକାର ମିନେରାଲ୍ସ ଭରି ରହିଥାଏ। ୧୦୦ ଗ୍ରାମ୍‌ ଚିନାବାଦାମରେ ପାଖାପାଖି ୫୬୭ କ୍ୟାଲୋରି ଥାଏ। ପ୍ରତିଦିନ ଅଳ୍ପ ଅଳ୍ପ ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କଲେ ଲିଭର ପାଇଁ କ୍ଷତିକାରକ ହୋଇଥାଏ।

ଚିନାବାଦାମ ଶରୀରରେ ଅଫଲେଟୋକ୍ସିନ୍‌ ମାତ୍ରା ବଢ଼ାଇ ଦେଇଥାଏ, ଯାହା ଲିଭର ପାଇଁ କ୍ଷତିକାରକ ହୋଇଥାଏ।

ଏହାସହ ଅଧିକ ଚିନାବାଦାମ ଖାଇଲେ ଓଜନ ବଢ଼ିବାରେ ସମ୍ଭାବନା ଅଧିକ ଥାଏ।

ଚିନାବାଦାମ ଖାଇବା ପରେ ପେଟ ପୂରିଲା ଭଳି ଲାଗିଥାଏ। କାରଣ ବାଦାମରେ ଲାକ୍ଟିନ୍‌ର ମାତ୍ରା ଅଧିକ ଥାଏ, ଏହା ହଜମ କରିବାରେ କଷ୍ଟଦାୟକ ହୋଇଥାଏ। ପେଟରେ ଗ୍ୟାସ୍‌ ଭଳି ସମସ୍ୟା ଉପୁଜିଥାଏ।

ଚିନାବାଦାମରେ ଓମେଗା-୬ ଫ୍ୟାଟି ଏସିଡ୍‌ ଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଶରୀରରେ ଓମେଗା-୬ ଫ୍ୟାଟି ଏସିଡ୍‌ର ଅଧିକ ମାତ୍ରା ଶରୀରରେ ଓମେଗା-୩ ଫ୍ୟାଟି ଏସିଡ୍‌କୁ କମ୍‌ କରି ଦେଇଥାଏ। କିନ୍ତୁ ଶରୀରରେ ଓମେଗା-୩ ଫ୍ୟାଟି ଏସିଡ୍‌ କମିଗଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ।

Comment