ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମିନ ପାଇ ଜେଲରୁ ମୁକୁଳିବା ପରେ ଗୁରୁବାର ସଂସଦରେ ପହଞ୍ଚିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ। ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁ ସରକାର ପିଆଜ, ରସୁଣ କମ ଖାଇବାକୁ କହୁଛନ୍ତି ସେ ସରକାର ଚାଲିଯିବା ଦରକାର ବୋଲି ଚିଦା କହିଛନ୍ତି।

ପିଆଜକୁ ନେଇ ସାରାଦେଶରେ ହାହାକାର ସୃଷ୍ଟି ହୋଇଥିଲା ବେଳେ ବୁଧବାର ସଂସଦରେ ନିର୍ମଳା ସୀତାରମଣ କହିଥିଲେ,‘‘ ମୁଁ ପିଆଜ ରସୁଣ ଖାଏନାହିଁ‘‘। ନିର୍ମଳାଙ୍କ ଏହି ବୟାନ ପାଇଁ ଏବେ ରାଜନୀତି ଜୋର ଧରିଛି।

ନିର୍ମଳା ଯଦି ପିଆଜ ରସୁଣ ଖାଆନ୍ତି ନାହିଁ ତେବେ କ’ଣ ଖାଆନ୍ତି ବୋଲି ଚିଦା କହିଛନ୍ତି।

ସେହିପରି ସଂସଦ ଭବନ ପରିସରରେ ଗୁରୁବାର କଂଗ୍ରେସ ପିଆଜ ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭରେ ମଧ୍ୟ ଚିଦା ସାମିଲ ଅଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚିଦାଙ୍କୁ ବୁଧବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବା ପରେ ୧୦୬ ଦିନ ପରେ ଜେଲରୁ ବାହାରି ସଂସଦ ଅଧିବଶେନରେ ଯୋଗ ଦେବା ପାଇଁ ସେ ପହଞ୍ଚିଥିଲେ।

Comment