ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦୁଷ୍କର୍ମ ପରେ ଅଧ୍ୟାପକଙ୍କ ଆତ୍ମହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ପୂର୍ବରୁ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ୍‌ କରିସାରିଛି। ଅଧ୍ୟାପିକାଜଣକ ନିଜର ସମ୍ପର୍କୀୟ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ସେ ଗତ ଅକ୍ଟୋବର ୩୦ରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ୍‌ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେବେ ଏହାର ଠିକ୍‌ ଏକ ମାସ ପରେ ନଭେମ୍ବର ୩୦ରେ ପୀଡ଼ିତା ଅଧ୍ୟାପିକା ଆତ୍ମହତ୍ୟା କରିଥିଲେ।

ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ପ୍ରଶାସନ ତତ୍ପର ହୋଇପଡ଼ିଥିଲା। ଏହି ଘଟଣାରେ ଝାରପୋଖରିଆ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ପୋଲିସ ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଶନିବାର ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

Comment