ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଶମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ। ଏହି ଘଟଣାଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ। ସ୍ଥାନୀୟ ବୁର୍ଜା ସେବାଶ୍ରମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଖବର ଜଣାପଡ଼ିବା ପରେ କୋରାପୁଟରୁ ଏକ ସ୍ୱତନ୍ତ୍ର ଟିମ୍‌ ଯାଇ ଛାତ୍ରୀଙ୍କ ଡାକ୍ତରୀ ମଇନା କରିଛନ୍ତି।

ଏହି ଘଟଣାର ଖବର ଆସିବା ପରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ସେବାଶ୍ରମ ସ୍କୁଲରେ ପହଞ୍ଚିଥିଲେ। ଏନେଇ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ, ପ୍ରଧାନ ଶିକ୍ଷକ ଓ ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି।

ତେବେ ସେବାଶ୍ରମ ପରସରରେ ସମସ୍ତଙ୍କ ଅଜାଣରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ କିଭଳି ୭ ମାସର ଗର୍ଭବତୀ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ନିକଟରେ କୋରାପୁଟ ଜିଲ୍ଲା ଜୟପୁରୁଣ ଏକ ସେବାଶ୍ରମ ସ୍କୁଲରେ ପଞ୍ଚମ ଣ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥଇବା ଖବର ଆସିଥିଲା। ଏହି ଘଟଣାରେ ପୋଲିସ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା।

Comment