ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଳା କୋଡ଼ିଙ୍ଗାମାଳି ଖଣି ଅଞ୍ଚଳରୁ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ୨୧ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମସ୍ତ ଶ୍ରମିକ ରାୟଗଡ଼ା  ଜିଲ୍ଳା କାଶିପୁର ବ୍ଲକର ପାଇକ ସୁପୁଲୁ ଓ ତଳଝିରି ଗ୍ରାମର। କୋରାପୁଟ  ଜିଲ୍ଳାର କୋଡ଼ିଙ୍ଗାମାଳି ପାହାଡ଼ରେ ପ୍ରାୟ ୨ ବର୍ଷ ହେଲା ଖଣି ଖନନ ହେଉଛି। କିଛି ଦିନ ହେଲା ଖଣି ନିଗମ ପକ୍ଷରୁ ପାହାଡ଼ ଚାରିପଟେ ସୁରକ୍ଷା ବାଡ଼ ନିର୍ମାଣ ହେଉଛି। ନିର୍ମାଣ କାର୍ଯ୍ୟରେ ଉକ୍ତ ଶ୍ରମିକମାନେ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ।

କାମ ଶେଷ ହେବା କୋଡ଼ିଙ୍ଗାମାଳରୁ ଟ୍ରାକ୍ଟରଟି ୨୫ରୁ ଅଧିକ ଶ୍ରମିକଙ୍କୁ ନେଇ ଲକ୍ଷ୍ମୀପୁର ଅଭିମୁଖେ ଫେରୁଥିଲା । ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଥାନା ଅଧିକାରୀ ଗୌରହରୀ ସାହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

Comment