ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାନୁଆରି ପହିଲା ସୁଦ୍ଧା ପିଆଜ ଦର କମିବ। ଧୀରେ ଧୀରେ ପିଆଜ ଦର କମ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସୋମବାର ରାଜ୍ୟରେ ପିଆଜ ଦର ବୃଦ୍ଧିକୁ ନେଇ ଲୋକସେବା ଭବନରେ ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ପୂର୍ବରୁ ଆମ ରାଜ୍ୟକୁ ଦିନକୁ ପ୍ରାୟ ୫୦ଟି ପିଆଜ ଟ୍ରକ୍ ଆସୁଥିଲା। ଏବେ କମି କମି ଦିନକୁ ଗୋଟିଏ ଟ୍ରକ୍ ଆସୁଛି। ଜାନୁଆରି ମାସ ଆଡ଼କୁ ନୂଆ ଫସଲ ଆସିଲେ ଏହି ସମସ୍ୟା ଦୂର ହୋଇଯିବ।”
ଡିସେମ୍ବର ମାସରେ ପିଆଜ ଦର କମାଇବାକୁ କିଛି କରିହେବ ନାହିଁ, ଜାନୁଆରି ମାସରେ ନୂଆ ଫସଲ ଆସିଲେ ଯାଇ ପିଆଜ ଦର କମିବ।
ଗତ କିଛି ଦିନ ତଳେ ରାଜ୍ୟରେ ପିଆଜ ଦର ସେଞ୍ଚୁରୀ ପାର୍ କରିଛି। ଏପରିକି ଏବେବି କେତେକ ସ୍ଥାନରେ ପିଆଜ ଦର ୧୫୦/ ୧୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।


















