ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦୀ ସରକାର ନାଗରିକତା ସଂଶୋଧନ ବିଲ୍‌ ଆଣିବାକୁ ଯାଉଛନ୍ତି। ଏହି ବିଲ୍‌ ନାଗରିକତା ଅଧିନିୟମ ୧୯୫୫ରେ ପରିବର୍ତ୍ତନ କରିବ।

ଏହି ନାଗରିକତା ସଂଶୋଧନ ବିଲ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଧର୍ମର ଲୋକେ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଭାରତ ଆସିଥିବେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ସେମାନଙ୍କୁ ଭାରତରେ ୬ ବର୍ଷ ରହିବାକୁ ପଡ଼ିବ। ପୂର୍ବରୁ ୧୧ ବର୍ଷରୁ ଅଧିକ ଦିନ ରହିଥିଲେ ନାଗରିକତା ମିଳୁଥିଲା।

କାହିଁକି ହେଉଛି ବିରୋଧ?

ଏହି ବିଲକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି। ବିରୋଧର ମୁଖ୍ୟ କାରଣ ହେଉଛି ଧର୍ମ। ନୂଆ ସଂଶୋଧନ ବିଲରେ ମୁସଲିମଙ୍କୁ ଛାଡ଼ି ଅନ୍ୟ ସମସ୍ତ ଧର୍ମର ଲୋକଙ୍କୁ ସହଜରେ ନାଗରିକତା ଦେବାକୁ ନିଷ୍ପତ୍ତି ହୋଇଛି। ବିରୋଧୀ ଏହାକୁ ବିରୋଧ କରୁଛନ୍ତି। ମୋଦୀ ସରକାର ଧର୍ମ ଆଧାରରେ ନିଷ୍ପତ୍ତି ନେଉଥିବା ବିରୋଧୀ କହୁଛନ୍ତି।

Comment