ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲ ଯିବେନି ବୋଲି ଘରେ ଅଳି କରିଥିଲେ। ହେଲେ ଘର ଲୋକ ବାଧ୍ୟ କରିଥିଲେ ସ୍କୁଲ ଯିବାକୁ। ଏଥିରେ ରାଗିଯାଇ ଛାତ୍ର ଜଣକ ଦେହରେ ନିଆଁ ଲଗାଇ କରିଥିଲେ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ। ମୃତକ ଜଣକ ହେଲେ ନବୀନ ମାର୍ଣ୍ଡିଙ୍କ ପୁଅ କାଳିଦାସ ମାର୍ଣ୍ଡି।

ମଙ୍ଗଳବାର ସକାଳେ ଛାତ୍ର ଜଣକ ବିଦ୍ୟାଳୟ ଯିବାକୁ ମନା କରିବାରୁ ଘରଲୋକ ତାକୁ ବାଧ୍ୟ କରିଥିଲେ। ଫଳରେ ଛାତ୍ର ଜଣକ ଘରେ କବାଟ ବନ୍ଦ କରି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Comment