ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ ୨୦୧୯। ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ହେବ ଆଲୋଚନା। ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିଲେ ବି କେନ୍ଦ୍ର ସରକାର ବିଲ୍କୁ ପାରିତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଲୋକସଭାରେ ସମର୍ଥନ କରିବା ପରେ ଆଜି ରାଜ୍ୟସଭାରେ ଶିବସେନା, ଜେଡିୟୁର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ।
ଅନ୍ୟପକ୍ଷରେ ସପକ୍ଷରେ ଭୋଟ ଜୁଟାଇବା ପାଇଁ ବିଜେପି ସଂସଦୀୟ ଦଳ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଲ୍କୁ ପାସ୍ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।
ପୂର୍ବରୁ ଲୋସଭାରେ ବହୁମତରେ ଏହି ବିଲ୍ ପାରିତ ହୋଇଛି। ବିଲ୍ ସପକ୍ଷରେ ୩୧୧ ଓ ବିପକ୍ଷରେ ୮୦ ଖଣ୍ଡ ଭୋଟି ପଡ଼ିଥିଲା।

















