ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ମୋଟ୍ ୧୭ଟି ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି।

ସକାଳୁ ରାଜ୍ୟର ବିଭିନ୍ନ ବୁଥରେ ଭୋଟ ଦେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସକାଳ ୯ଟା ସୁଦ୍ଧା ମୋଟ୍ ୧୨.୮୯ ପ୍ରତିଶତ ଭୋଟ୍ ହୋଇଛି। ଅପରାହଣ ୫ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିବ।

ଝାଡ଼ଖଣ୍ଡ ନିର୍ବାଚନରେ ନିଜ ମତ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଛନ୍ତି। ମୋଦୀ ଟୁଇଟ୍ କରି ଯୁବ ଭୋଟରମାନଙ୍କୁ ଭୋଟ୍ ଦେବାକୁ କହିଛନ୍ତି।

ଝାଡ଼ଖଣ୍ଡରେ ମୋଟ୍ ପାଞ୍ଚୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି।

ଗୁରୁବାର ତୃତୀୟ ପର୍ଯ୍ୟାୟ ଭୋଟ୍ ଶେଷହେବା ପରେ ଡିସେମ୍ବର ୧୬ ଓ ୨୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଭୋଟ୍ ହେବ। ଏହାପରେ ଡିସେମ୍ବର ୨୩ ତାରିଖରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

Comment