ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମଦିନ ହେଲା ମୃତ୍ୟୁର ଦିନ। ପୁଅର ଜନ୍ମଦିନ ପାଇଁ ଠାକୁରାଣୀ ଦର୍ଶନ ସାରି ଫେରୁଥିବା ବେଳେ ମା’-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଦଶରା ପଡ଼ିଆ ଛକ ନିକଟରେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଲିପଟା ଗାଁରେ ସରିତା ସାହୁଙ୍କ ୬ ବର୍ଷର ପୁଅ ଶୁଭମ ସାହୁଙ୍କ ଆଜି ଜନ୍ମଦିନ ଥିଲା। ତେଣୁ ସରିତା ସ୍କୁଟିରେ ପୁଅକୁ ନେଇ ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ସେଠାରେ ପୁଅର ଦୀର୍ଘାୟୁ କାମନା କରିଥିଲେ ସରିତା। ହେଲେ ଜାଣିନଥିଲେ ଆଜିର ଦିନରେ ଚାଲିଯିବ ମା’-ପୁଅଙ୍କ ଜୀବନ।

ଦର୍ଶନ ସାରି ଫେରୁଥିବା ବେଳେ ଦୁହିଁଙ୍କୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମା’-ପୁଅଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ୫୫ ନମ୍ଵର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Comment