ଓଡ଼ିଶାଲାଇଭ୍ ବ୍ୟୁରୋ

 ବିଭିନ୍ନ ରାଜ୍ୟରେ ଏଲ୍ଆଇସି ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଲ୍ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ (ଏଲ୍ଆଇସି ଏଚ୍ଏଫ୍ଏଲ୍)ରେ ୩୫ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ପାଇଁ ଏହି ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ବର ୧୬ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ।

ଯୋଗ୍ୟତା

  • ପ୍ରାର୍ଥୀଙ୍କ ବୟସ ୨୩ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବ
  • ପ୍ରାର୍ଥୀଜଣକ ଏଲଏଲବିରେ ଡିଗ୍ରୀ ହାସଲ କରିଥିବେ
  • ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ

ଚୟନ ପକ୍ରିୟା

ପ୍ରାର୍ଥୀମାନଙ୍କର ପ୍ରଥମେ ଅନଲାଇନ୍ ପରୀକ୍ଷା କରାଯିବ। ଏହାପରେ ଇଣ୍ଟରଭ୍ୟୁ ଓ ମେଡିକାଲ ଟେଷ୍ଟ କରାଯାଇ ପ୍ରାର୍ଥୀମାନଙ୍କର ଚୟନ କରାଯିବ।

ଆବେଦନ ଫିସ୍

ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ମୋଟ୍ ୫୦୦ ଟଙ୍କାର ଫିସ୍ ଭରିବାକୁ ପଡ଼ିବ। ଏହାସହ ଏଥିରେ ୧୮ ପ୍ରତିଶତ ଜିଏସଟି ମଧ୍ୟ ଭରିବାକୁ ପଡ଼ିବ।

ଆବେଦନ ପକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ ଏହି ଲିଙ୍କରେ କ୍ଲିକ୍ କରନ୍ତୁ-

https://www.lichousing.com/job_opportunities.php

Comment