ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଇଂଜନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ INS ଚିଲିକା ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଏହି ଶିବିର କୁ ଆନୁଷ୍ଠାନିକ ଭାବେ ନ୍ୟାଭି ଓ୍ୱାଇଭ୍‌ସ ଓ୍ୱେଲଫେୟାର ଆସୋସିଏସନର ସଭାପତି ସଂଗୀତା ସାହୁ ଶନିବାର ଉଦଘାଟନ କରିଛନ୍ତି।

ଏହି ଶିବିରରେ INS ଚିଲିକାର କମାଣ୍ଡର ୠତୁରାଜ ସାହୁ, ସର୍ଜନ କମାଣ୍ଡର ଜୟଦୀପ ଚୌଧୁରୀ, କମାଣ୍ଡିଙ୍ଗ ଅଫିସର ପ୍ରସନ୍ନଜିତ ପଣ୍ଡା ଓ INS ଚିଲିକାର ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।

ନୌସପ୍ତାହର ପାଳନ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାଲୁଗାଁ, ବଡ଼କୁଳ ଓ  INS ଚିଲିକାର ନିକଟସ୍ଥ ଗ୍ରାମଗୁଡିକରେ ସମ୍ପର୍କ ସ୍ଥାପନ ଓ ଏହି ଅଞ୍ଚଳର  ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ INS ଚିଲିକାର ଏହି ସ୍ୱସ୍ଥ୍ୟ ଶିବିର କରିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର  ବିଶେଷଜ୍ଞ ଡାକ୍ତର ଆସି ପ୍ରାୟ ୮୦୦ରୋଗୀଙ୍କୁ  ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ। ବିଶେଷ କରି ଆଖି, ଚର୍ମ, ଗାଇନିକ, ସର୍ଜରୀ ଓ ଔଷଧ ବିଭାଗର ଡାକ୍ତର ଯୋଗ ଦେଇ ରୋଗୀଙ୍କ ସେବା କରିଥିଲେ।।

LEAVE A REPLY

Please enter your comment!
Please enter your name here