ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ବିଏସଏଫ କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ୟାମ୍ପ ତରଫରୁ ଏକ ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ୨୦୫ ଜଣ ପୁରୁଷ, ୧୮୦ ଜଣ ମହିଳା, ୮୫ ଜଣ ଶିଶୁ ଏବଂ ୮୫ ଜଣ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା।

ବିଏସଏଫ କ୍ୟାମ୍ପର ସହକାରୀ କମାଣ୍ଡାଣ୍ଟ ତଥା ମେଡିକାଲ ଅଫିସର ଅଙ୍କୁଶ ରାୱଲ ସ୍ଵାସ୍ଥ୍ୟ ଶିବିର ପରିଚାଳନା କରିଥିଲେ। ଇନ୍ସପେକ୍ଟର କେ ଭି ସିଂ, ନର୍ସ, ୨୦ ଜଣ ଯବାନ ଏବଂ ସଲାଗୁଡ଼ା ସରପଞ୍ଚ ରୋହିତ କହଁର, ଗୋଛାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଜନ ସମ୍ପର୍କ ଶିବିରରେ ବିଏସଏଫ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କମ୍ବଳ, ଚପଲ, ଶାଢ଼ି ଏବଂ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବାହିନୀଙ୍କ ଏହି ଭଳି ଜନହିତକର କାର୍ଯ୍ୟକ୍ରମ କରାଯିବା ଦ୍ଵାରା ସୀମା ସୁରକ୍ଷା ବାହିନୀ ଲୋକଙ୍କ ନିକଟତର ହେବା ସହ ଏଠାକାର ଲୋକେ ନିର୍ଭୟରେ ନିଜର ଜୀବନ ନିର୍ବାହ କରିପାରିବେ ବୋଲି କହିଛନ୍ତି ଅଙ୍କୁଶ ରାୱଲ।

Tags: #BSFCamp #Kandhamal #Phulbani #GochhapadaBSFCamp #HealthCamp #PublicRelationCamp

LEAVE A REPLY

Please enter your comment!
Please enter your name here