ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଜୟପୁର: କରୋନା ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ଏବେ ପ୍ରସ୍ତୁତ। ପ୍ରଶାସନ ପକ୍ଷରୁ ଏଠାରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ  ୨୪୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗଠନ କରାଯାଇଛି।

ଜିଲ୍ଲାର  ୨୪୦ ପଞ୍ଚାୟତ ସହିତ ଜୟପୁର ପୌରାଞ୍ଚାଳ , କୋଟପାଡ, ସୁନାବେଢ଼ା ଓ କୋରାପୁଟ ଏନଏସିରେ ଥିବା ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟରେଅସ୍ଥାୟୀ  ସ୍ୱାସ୍ଥ୍ୟକେନ୍ଦ୍ରମାନ ଖୋଲାଯାଇଛି। ୨୪୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ୍ ୧୫ ହଜାର ୧୧୫ଟି ବେଡ୍  ପକାଯାଇଛି । ପ୍ରତି ବେଡକୁ ୧ ମିଟର ଦୁରତାରେ ରଖାଯାଇଥିବାବେଳେ ସେଠାରେ ଯେଭଳି ଭୂତାଣୁ ସଂକ୍ରମିତ ନହେବ ସେନେଇ ଗୁରୁତ୍ୱ ଦିଆଯାଇଛି।

ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ରାଜ୍ୟ ବାହାରେ ଓ ବିଦେଶରେ କାର୍ଯ୍ୟ କରୁଥିବା ୩ ହଜାର ୭୦୦ ଜଣ ଲୋକ ନିଜ ଜିଲ୍ଲା କୋରାପୁଟକୁ ଫେରିଛନ୍ତି। ଏଥିରେ ଥିବା ସନ୍ଦିଗ୍ଧମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖିବାକୁ କୁହାଯାଇଛି। ଯେଉଁଥିପାଇଁ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କର ଗଠନ କରାଯାଇଛି।

ଜିଲ୍ଲାକୁ ଆସିଥିବା ୩ ହଜାର ୭ ଶହ ପ୍ରବାସୀଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବେଙ୍ଗାଳୁରୁ, ଦିଲ୍ଲୀ,ହାଇଦ୍ରାବାଦ, ଚେନ୍ନାଇ, ପୁନେ, ମଧ୍ୟପ୍ରଦେଶ, ଆଣ୍ଡାମାନ, କଣ୍ଣାଟକରୁ ଫେରିଛନ୍ତି। ଏମାନଙ୍କ ଦ୍ୱାରା ଜିଲ୍ଲାରେ କରୋନା ସଂକ୍ରମିତ ହେବାର ଆଶଙ୍କା କରାଯାଉଛି। ତେଣୁ ଏମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି  ଖାଇବା, ପିଇବା ବ୍ୟବସ୍ଥା ସହ ଚିକିତ୍ସା ଦିଆଯିବ ବୋଲି କୁହାଯାଇଛି।

Comment