ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ବାରିପଦା ସହର ମଧ୍ୟରେ ଥିବା ୪୨ ବର୍ଷର ପୁରଣା ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ଏବେ ବସଷ୍ଟାଣ୍ଡଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ ପକ୍ଷରୁ ବସଷ୍ଟାଣ୍ଡର ସ୍ଥାନାନ୍ତର ନେଇ ଦାବି ଆସୁଥିବା ବେଳେ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି।

ଏନେଇ ଜମି ଅଧିଗ୍ରହଣ ପକ୍ରିୟା ଆରମ୍ଭ ହୋଇସାରିଛି। ଜାତୀୟ ରାଜପଥ-୧୮ କଡ଼ରେ ଥିବା ଦାରୋଗାଡାହି ଗୋଲେଇ ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି। ଏଥିପାଇଁ ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଛି। ତେବେ ରାଜପଥକୁ ବସଷ୍ଟାଣ୍ଡ ସହ ସଂଯୋଗୀକରଣ ଏବଂ ଲୋକଙ୍କ ସୁରକ୍ଷା ସହ ବସଗୁଡ଼ିକ କିପରି ରାଜପଥକୁ ଯିବା ଆସିବାରେ ସହାୟକ ହେବ ସେନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତରେ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ବସ୍‌ଷ୍ଟାଣ୍ଡର ସ୍ଥାନାନ୍ତର ହେଲେ ସହର ମଧ୍ୟରେ ଜନଗହଳି ଭିତରେ ବସଗୁଡିକ ଯିବାଆସିବା ଜନିତ ଅସୁବିଧା ଦୂର ହେବ। ଏହାକୁ ନେଇ ଜନସାଧାରଣ ବିଶେଷ ଭାବେ ଉପକୃତ ହେବେ ବୋଲି ବାରିପଦା ବସ ମାଲିକ ସଂଘର ସାଧାରଣ ସଂପାଦକ ସୁନିଲ ଦାସ କହିଛନ୍ତି।

Comment