ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ବର୍ଷରେ ପିକ୍‌ନିକ୍‌ ଯିବା କଥା ଚିନ୍ତା କରୁଛନ୍ତି କି? ଯଦି ହଁ ତେବେ ଏମିତି କିଛି ସ୍ଥାନକୁ ବୁଲିବାକୁ ଯାଆନ୍ତୁ ଯେଉଁଠି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ନେବା ସହ ଆପଣଙ୍କ ଟ୍ରିପ୍‌କୁ ସ୍ମରଣୀୟ କରିପାରିବେ।

ଆଜି ଆମେ ଆପଣଙ୍କ ସେମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠିକୁ ଆପଣ ପିକନିକ ଯାଇ ନୂଆବର୍ଷକୁ ସ୍ମରଣୀୟ କରିପାରିବେ।

ଦକ୍ଷିଣ ଭାରତର ଏକ ପ୍ରମୁଖ ରାଜ୍ୟ ହେଉଛି କେରଳ। ପର୍ଯ୍ୟଟନ ଦୃଷ୍ଟିରୁ ଏହା ସବୁଠୁ ସୁନ୍ଦର ସ୍ଥାନ। ଯଦି ଆପଣ ନୂଆବର୍ଷ ପାଳନ କରିବାକୁ କୁଆଡ଼େ ଯିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ କେରଳ ଯାଆନ୍ତୁ।

ମୁନ୍ନାର

କେରଳରେ ସବୁଠୁ ସୁନ୍ଦର ସ୍ଥାନ ହେଉଛି ମୁନ୍ନାର। ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ଏହା ସବୁଠୁ ସୁନ୍ଦର ହିଲ୍‌ ଷ୍ଟେସନ ମଧ୍ୟ। ଏହି ସ୍ଥାନକୁ ଦକ୍ଷିଣ ଭାରତର ଭୂସ୍ୱର୍ଗ ମଧ୍ୟ କୁହରଯରଉଛି।

ଏଠାରେ ଆପଣଙ୍କ ୩ ନଦୀର ମିଳନ ସ୍ଥଳ ଅର୍ଥାତ ଏକ ତ୍ରିବେଣୀ ସଙ୍ଗମ ବି ଦେଖିବାକୁ ମିଳିବ। ଏଠାରେ ଆପଣ ପାହାଡ଼, ଝରଣା, ବୋଟିଂର ମଜା ନେଇପାରିବେ।

LEAVE A REPLY

Please enter your comment!
Please enter your name here