ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଦିନିକିଆ। ଏହି ମ୍ୟାଚ ଚେନ୍ନାଇରେ ଖେଳା ଯାଉଛି। ଏଥିରେ ଟସ୍‌ ଜିତି ଓ୍ଵେଷ୍ଟଇଣ୍ଡିଜ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦କୁ ୨-୧ରେ ବିଜୟୀ ହୋବା ପରେ ଏବେ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚରେ ଆହତ ସମସ୍ୟା ଯୋଗୁଁ ଶିଖର ଧଓ୍ଵନ ବାଦ୍‌ ପଡ଼ିଛନ୍ତି ତାଙ୍କ ସ୍ଥାନରେ ଲୋକେଶ ଓପନିଂ ଦାୟିତ୍ଵ ସମ୍ଭାଳିଛନ୍ତି।

ସେହିପରି ଦଳର ପ୍ରମୁଖ ଦ୍ରୁତ ବୋଲର ଭୁବନେଶ୍ଵର କୁମାର ମଧ୍ୟ ଆହତ ସମସ୍ୟା ଯୋଗୁଁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନ ମିଳିଛି। ଏହି ସିରିଜରେ ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଭାରତକୁ କଡ଼ା ଟକ୍କର ଦେବାକୁ ପଡ଼ିଆକୁ ଓହ୍ଲାଇଛି।

ବର୍ତ୍ତମାନ ଭାରତ ପକ୍ଷରୁ ରୋହିତ ଶର୍ମା ୧୨ ଓ ଲୋକେଶ ରାହୁଲ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏହାସହ ଦଳୀୟ ସ୍କୋର ୬ ଓଭରରେ ୨୧ ରନ୍‌ ହୋଇଛି।

Comment