ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଜୟ ଦିବସ। ଏହି ଅବସରରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ, ବାୟୁସେନା ମୁଖ୍ୟ ଆରକେଏସ୍‌ ମୁଖ୍ୟ ଭଦୌରିୟା, ନୌସେନା ମୁଖ୍ୟ ଏଡିମିରଲ କରମବୀର ସିଂହ ଯୁଦ୍ଧ ସ୍ମାରକ ସ୍ଥଳରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ବୀର ଯବାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୧୯୭୧ରେ ଡିସେମ୍ବର ୧୬ରେ ଇଣ୍ଡୋ ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ  ଡିସେମ୍ବର ୧୬ ତାରିଖରେ ଭାରତରେ ବିଜୟ ଦିବସ ପାଳିତ ହେଉଛି। ଏହି ଦିନଟି ବାଂଲାଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନ ବାଂଲାଦେଶ ନାମରେ ଏକ ନୂତନ ଦେଶ ଗଢ଼ି ଉଠିଥିଲା।

LEAVE A REPLY

Please enter your comment!
Please enter your name here