ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ବର୍ଷର କାର୍ଯ୍ୟକାଳ ପୂରା କରି ସ୍ଥଳସେନା ମୁଖ୍ୟ ପଦରୁ ମଙ୍ଗଳବାର ଅବସର ନେଇଛନ୍ତି ବିପିନ ରାଓ୍ୱତ। କାର୍ଯ୍ୟକାଳର ଶେଷଦିନରେ ବିପିନ ରାଓ୍ୱତ ଦିଲ୍ଲୀ ଯାଇ ଓ୍ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଭାବେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ଦେଶର ଯବାନମାନଙ୍କୁ ଶୁଭକାମନା ଦେଇଛନ୍ତି। ନୂଆବର୍ଷ ଅର୍ଥାତ ଆସନ୍ତାକାଲିଠୁ ରାଓ୍ୱତ ଚିଫ୍‌ ଅଫ୍‌ ଡିଫେନ୍ସ ପଦ ସମ୍ଭାଳିବେ।

‘‘ଏବେ  ସ୍ଥଳସେନା ମୁଖ୍ୟ ଭାବେ ମନୋଜ ମୁକୁନ୍ଦ ନରଓ୍ୱାଣେ ଦେଶର ସେନାକୁ ଆହୁରି ଆଗକୁ ନେବେ’’, ଅବସର ସମୟରେ ଏହା କହିଛନ୍ତି ବିପିନ ରାଓ୍ୱତ।

Comment