ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କବଳରେ ସୁରକ୍ଷାବାହିନୀ। ଜମ୍ମୁ କଶ୍ମୀରର କୁଲଗାମରେ ନିୟୋଜିତ ସିଆରପିଏଫ୍‌ର  ୩୧ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଜମ୍ମୁ କଶ୍ମୀରର କୁଲଗାମରେ ନିୟୋଜିତ ସିଆରପିଏଫ୍ର ୯୦ ବାଟାଲିୟନରେ ୩୦୦ରୁ ଅଧିକ ଯବାନଙ୍କର କରୋନା ଟେଷ୍ଟ ହୋଇଥିଲା। ଶନିବାର ଏହାର ରିପୋର୍ଟ ଆସିଛି। ଯେଉଁଥିରେ ୩୧ ଜଣ ପଜିଟିଭ୍‌ ଥିବା ଜଣାପଡ଼ିଛି।

ଗୋଟିଏ ପଟେ କୁଲଗାମରେ ପ୍ରତିଦିନ ଆତଙ୍କୀ ହମଲା ହେଉଥିବା ବେଳେ ଅନ୍ୟ ପକ୍ଷେ ଯବାନ କରୋନା ସଂକ୍ରମିତ। ଶନିବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଆଜି ହୋଇଥିବା ଏନକାଉଣ୍ଟରରେ ମଧ୍ୟ ୯୦ ବାଟାଲିୟନର ଯବାନମାନେ ମୁତୟନ ହୋଇଥାନ୍ତେ। କିନ୍ତୁ କରୋନା ରିପୋର୍ଟ ଆସିବା ପରେ ଏହି ଅପରେସନରେ ଆଉ ଏକ ବାଟାଲିୟନ ସାମିଲ ହୋଇଥିଲା।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଥିଲା ବେଳେ ମୃତ୍ୟୁସଂଖ୍ୟା ୮,୮୮୪କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧,୫୪,୩୩୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment