ଓଡ଼ିଶାଲାଇଭ୍‌ ବ୍ୟୁରୋindian-army-chief

ଭାରତ ଏବଂ ଚୀନ୍ ମଧ୍ୟରେ ସୀମାରେ ପୁଣି ଥରେ ବିବାଦ ଦେଖାଯାଇଛି। ଏଲଏସିରେ ଭାରତୀୟ ଯବାନ ଚୀନକୁ କଡ଼ା ଯବାନ ଦେଉଛନ୍ତି। ଦୁଇ ଦେଶର ସେନା ଭିତରେ ଉତ୍ତେଜନା ଲାଗି ରହିଥିଲା ବେଳେ ଆଜି ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱାଣେ ଏଲଏସି ଗସ୍ତ କରିଛନ୍ତି।

ସେଠାରେ ସେ ଦକ୍ଷିଣ ପାଙ୍ଗଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଜେନେରାଲ ନରଓ୍ୱାଣେଙ୍କର ଏହା ଦୁଇ ଦିନିଆ ଗସ୍ତ। ଏଥିରେ ସେ ସୀମାର ସ୍ଥିତି ପରୀକ୍ଷା କରିବା ସହିତ ମିଲିଟାରୀ ଅପରେସନ୍‌ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଗତ ୨୯ ତାରିଖରୁ ସୀମାରେ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବଢ଼ିଛି। ଚୀନ ସେନର ଅନୁପ୍ରବେଶ ପରେ  ସୀମା ଉତ୍ତେଜନା ଲାଗି ରହିଛି।

Comment