ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ କଶ୍ମୀରର ସୋପିଆ ଜିଲ୍ଲାର ସୁଗୁ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବାହିନୀ ଦ୍ୱାରା ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଏବଂ ସୁରକ୍ଷାବାହିନୀର ମିଳିତ ଅପରେସନରେ ଏହି ସଫଳତା ହାସଲ ହୋଇଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଯେ ଦକ୍ଷିଣ କଶ୍ମୀରର ସୋପିଆର ସୁଗୁ ଅଞ୍ଚଳରେ ଆତଙ୍କବାଦୀ ଲୁଚି ସୂଚନା ପାଇବା ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଏହା କଡ଼ା ଜବାବ ଦେଇଥିଲା।

ଏହି ଅଞ୍ଚଳରେ ଗତ ଚାରି ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଗୁଳିକାଣ୍ଡ। ଏଥିରେ ୧୨ ଜଣ ଆତଙ୍କବାଦୀଙ୍କ ନିପାତ କରିଛି ସୁରକ୍ଷାବାହିନୀ।

Comment