ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ଝିଅ ଆୟେଶା ଅଜିଜଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ସେ ମାତ୍ର ୨୫ ବର୍ଷ ବୟସରେ ଭାରତର ସର୍ବକନିଷ୍ଠ ପାଇଲଟ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ହାସଲ କରି ଆୟେଶା ଅନ୍ୟମାନଙ୍କ ଏବେ ପାଇଁ ପ୍ରେରଣା ପାଲଟିଛନ୍ତି।

୧୫ ବର୍ଷ ବୟସରେ କରିଥିଲେ ରେକର୍ଡ

୨୦୧୧ରେ ଆୟେଶା ୧୫ ବର୍ଷ ବୟସରେ ସର୍ବକନିଷ୍ଠ ଛାତ୍ର ପାଇଲଟ ଭାବେ ଲାଇସେନ୍ସ ହାସଲ କରିଥିଲେ। ସେହିବର୍ଷ ୠଷିଆ ସାକୋଲ ଏୟାରବେସରେ ମିଗ୍ ୨୯ ବିମାନ ଉଡ଼ାଇବା ଲାଗି ପ୍ରଶିକ୍ଷଣ ନେଇଥିଲେ। ସେ ବମ୍ବେ ଫ୍ଲାଇଙ୍ଗ୍ କ୍ଲବ୍ ଆଭିଏସନରେ ଡିଗ୍ରୀ କରିଥିଲେ।୨୦୧୭ରେ ସେ କମର୍ସିଆ ପାଇଲଟ ଲାଇସେନ୍ସ ପାଇଥିଲେ।

‘‘ଗତ କିଛି ବର୍ଷ ହେଲା କଶ୍ମୀର ଯୁବତୀଙ୍କଠାରେ ପରିବର୍ତ୍ତନ ଦେଖାଯାଉଛି। ସେମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି’’, କହିଛନ୍ତି ଆୟେଶା ଅଜିଜ।

କାହିଁକି ପାଇଲଟ ହେବାକୁ ଚାହିଁଲେ ଆୟେଶା?

ଛୋଟ ବେଳୁ ବିମାନ ଯାତ୍ରା ଏବଂ ଲୋକମାନଙ୍କ ସହ ମିଶିବାକୁ ଆୟେଶାଙ୍କୁ ଭଲ ଲାଗେ। ତେଣୁ ସେ ପାଇଲଟ ହେଲେ ବୋଲି ଅନେକ ସାକ୍ଷାତକାରରେ କହିଛନ୍ତି ଆୟେଶା।

‘‘ପାଇଲଟ ହେବା ଏକ ଚାଲେଞ୍ଜିଂ କାମ। ଏଥିରେ କୌଣସି ନିଦ୍ଦିଷ୍ଟ ସମୟ ସୀମା ନାହିଁ। ଏହି କ୍ଷେତ୍ରରେ ମାନସିକ ସ୍ଥିତିକୁ ମଜଭୁତ କରିବା ଜରୁରୀ। କାରଣ ୨୦୦ ଯାତ୍ରୀଙ୍କ ଦାୟିତ୍ୱ ଜଣେ ପାଇଲଟ ଉପରେ ଥାଏ’’, କହିଛନ୍ତି ଆୟେଶା।

Comment