ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି। ଉତ୍ତର କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ମାଛିଲ ସେକ୍ଟରରେ ଏଲ୍‌ଓସି ନିକଟରେ ଚାଲିଥିବା ଅପରେସନରେ ଆଜି ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସେନା ଅଧିକାରୀ ଓ ଜଣେ ବିଏସ୍‌ଏଫ୍ ଯବାନ ଥିବା ଜଣାପଡ଼ିଛି।

ଆତଙ୍କବାଦୀମାନେ ଏଲ୍‌ଓସି ଅତିକ୍ରମ କରି ଭାରତ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଏହି ସମୟରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ ଯବାନ ସହିଦ ହେବା ସହ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଭାରତୀୟ ଯବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।ଶନିବାର ରାତିରେ ଏଲ୍‌ଓସି ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଭାରତୀୟ ସେନାକୁ ଏନେଇ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ଏବେ ବି ଆତଙ୍କବାଦୀଙ୍କ ବିରୋଧରେ ସେଠାରେ ଅପରେସନ ଜାରି ରହିଛି।

Comment