ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସ୍ଥଳସେନାର ପ୍ରମୁଖ ବିପିନ୍‌ ରାୱତ୍ ବୁଧବାର ଏକ ବଡ଼ ବୟାନ ଜାରି କରିଛନ୍ତି। ବର୍ତ୍ତମାନ ଭାରତୀୟ ସୀମା ଏଲ୍‌ଓସିରେ ସ୍ଥିତି ଖରାପ ହେବାର ସମ୍ଭାବନା ରହିଛି। ତେବେ ସ୍ଥିତି ଯାହା ବି ହେଉ, ଭାରତୀୟ ସେନା ଏହାର ଜବାବ୍‌ ଦେବା ପାଇଁ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ଥଳସେନା ପ୍ରମୁଖ ବିପିନ୍‌ ରାୱତ୍।

ସ୍ଥଳସେନା ପ୍ରମୁଖ ଏହି ବୟାନ ଏଭଳି ସମୟରେ ଦେଇଛନ୍ତି, ଯେଉଁ ସମୟରେ ଭାରତୀୟ ସୀମାରେ ଲଗାତାର ଅସ୍ତ୍ରବିରତୀ ଉଲଙ୍ଘନ ହେଉଥିବାର ଖବର ଆସୁଛି। ଜମ୍ମୁ କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ଗତ ଅଗଷ୍ଟ ମାସରୁ ଅକ୍ଟୋବର ମଧ୍ୟରେ ସୀମାରେ ପାକିସ୍ତାନ ପକ୍ଷରୁ ପାଖାପାଖି ୯୫୦ଥର ଅସ୍ତ୍ରବିରତୀ ଉଲଙ୍ଘନ ହେଉଛି।

ନିକଟରେ ଏଲ୍‌ଓସିର ସୁନ୍ଦରବନି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଭାରତରେ ଅନୁପ୍ରବେଶ ଉଦ୍ୟମ ହେଉଥିଲା। ହେଲେ ଭାରତୀୟ ସେନା ଏହାକୁ ସଫଳ ହେବାକୁ ଦେଇନଥିଲେ। ସେହି ସମୟରେ ପାକିସ୍ତାନ ସୈନ୍ୟଙ୍କ ଭୀଷଣ ଗୁଳିବର୍ଷା ଯୋଗୁଁ ଭାରତୀୟ ସେନାର ଦୁଇ ଯବାନ ସହିଦ୍‌ ହୋଇଥିଲେ।

ଏହି ସମୟରେ ସ୍ଥଳସେନା ପ୍ରମୁଖ ବିପିନ୍‌ ରାୱତ୍ ବୟାନ ପାକିସ୍ତାନର କିଛି ଷଡ଼ଯନ୍ତ୍ର ଆଡ଼କୁ ଇସାରା ଦେଉଛି। ତେବେ ସ୍ଥିତି ଯାହା ହେଉନା କାହିଁକି, ଭାରତୀୟ ସେନା ଏହାକୁ ମୁହାଁମୁହିଁ ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା ସ୍ଥଳସେନା ପ୍ରମୁଖ ବିପିନ୍‌ ରାୱତ୍ ସୂଚନା ଦେଇଛନ୍ତି।

Comment