ଓଡ଼ିଶାଲାଇଭ୍ ବ୍ୟୁରୋ

ଜେନେରାଲ ବିପିନ୍ ରାୱତ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(CDS)ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସେ ତିନୋଟି ସେନାର ମୁଖ୍ୟ ଭାବେ କାର୍ଯ୍ୟ କରିବେ।

କିଛି ଦିନ ତଳେ କେନ୍ଦ୍ର ସରକାର ଦେଶରେ ସିଡିଏସ୍ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲା। ସିଡିଏସ୍ ଦେଶର ତିନୋଟି ସେନାର ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏହାସହ ଏହାର ରିପୋର୍ଟ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ସିଧାସଳଖ ରଖିପାରିବେ। ତିନି ସେନାର ମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସିଡିଏସ୍ ଜଣେ ଯୋଗସୂତ୍ରକାରୀଙ୍କ ଭଳି ରହିବେ।

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ କାର୍ଯ୍ୟକାଳ ୩ବର୍ଷ ପାଇଁ ରହିବ। ଏହାସହ ସେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ।

Comment