ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଅଲୋଡା ହେଲା ଶିଶୁକନ୍ୟା। ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ସୋମବାର ଦିନ ଦିପହରେ କେହି ଜଣେ ୧୦/୧୫ ଦିନର ଶିଶୁକନ୍ୟାକୁ ବେତନଟୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଛାଡି ଚାଲିଯାଇଛନ୍ତି। କିଏ କ’ଣ ପାଇଁ ଶିଶୁକନ୍ୟାଟିକୁ ଡାକ୍ତରଖାନାରେ ଛାଡ଼ି ଚାଲିଯାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଡାକ୍ତରଖାନାରେ ଲୋକମାନେ ଶିଶୁଟିକୁ ଦେଖି ପ୍ରଥମେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ପରେ ବେତନଟୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାରେ ସିସିଟିଭି ଯାଞ୍ଚ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ଶିଶୁଟିର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡିଛି। ସରକାରଙ୍କ ପରୀ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ଜନମଙ୍ଗଳ ଯୋଜନା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବେଳେ ଏପରି ୧୦/୧୫ ଦିନର ଶିଶୁକୁ ଡାକ୍ତରଖାନାରେ ଛାଡି ଚାଲିଯିବା ଭଳି ଅମାନବୀୟ ଘଟଣାକୁ ନେଇ ସ୍ଥାନୀୟ ଜନ ସାଧାରଣ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Comment