ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSTET ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ବୃଦ୍ଧି କରାଯାଇଛି। ଏହାକୁ ୧୬ ତାରିଖ ପରିବର୍ତ୍ତେ ୧୯ ତାରିଖକୁ ରଖାଯାଇଛି।

ଓଡ଼ିଶା ରାଜ୍ୟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଟିଇଟି)ର ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଏହାର ଫର୍ମ ପୂରଣ ଡିସେମ୍ଵର ୭ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହେବାକୁ ଥିଲା। ହେଲେ ଏହାକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପରୀକ୍ଷା ଫିସ୍‌ ଦାଖଲ କରିବାକୁ ବ୍ୟାଙ୍କରେ ସମସ୍ୟା ହେବାରୁ ଏହାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ୧୯ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଅନଲାଇଲରେ ଦେୟ ଦାଖଲ କରିପାରିବେ। ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଫାଇନାଲ ଫର୍ମ ଦାଖଲ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ବିଷୟ

  • ଟ୍ରେନି ଗ୍ରାଜୁଏଟ ଆର୍ଟସ – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ-କଳା, ବାଣିଜ୍ୟ, ବି.ଇଡି, ବିଏବିଇଡି)
  • ଟ୍ରେନି ଗ୍ରାଜୁଏଟ ସାଇନ୍ସ(ପିସିଏମ୍‌/ସିବିଜେଡ୍‌) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ-ବିଜ୍ଞାନ, ବି.ଟେକ୍‌, ବିଇ, ବି.ଇଡି ବିଏସ୍‌ସିବିଇଡି)
  • ହିନ୍ଦୀ ଟିଚର – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – ହିନ୍ଦୀ)
  • କ୍ଲାସିକାଲ ଟିଚର(ସଂସ୍କୃତ) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – ସଂସ୍କୃତ, ଶିକ୍ଷା ସାସତ୍ରୀ)
  • କ୍ଲାସିକାଲ ଟିଚର(ଉର୍ଦ୍ଦୁ) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – ବି.ଇଡି, ଉର୍ଦ୍ଦୁ ବି.ଇଡି ଓ ବିଏ ପାର୍ସିଆନ)
  • କ୍ଲାସିକାଲ ଟିଚର(ତେଲୁଗୁ) – ଶିକ୍ଷାଗତ ଯୋଗ୍ୟତା (ଡିଗ୍ରୀ – କଳା, ତେଲୁଗୁ ବି.ଇଡି)
  • ଫିଜିକାଲ ଏଜୁକେସନ ଟିଚର – ଶିକ୍ଷାଗତ ଯୋଗ୍ୟତା (ଦଶମ. ଯୁକ୍ତ ଦୁଇ, ସିପି.ଇଡି, ବିପି.ଇଡି, ଏମ୍‌ପି.ଇଡି)

କେମିତି କରିବେ ଆବେଦନ?

  • ଆବେଦନ ପୂର୍ବରୁ ପ୍ରାର୍ଥୀ ଓ୍ଵେବସାଇଟ bseodisha.nic.in କୁ ଯାଇ ବିଜ୍ଞାପନକୁ ଦେଖିପାରିବେ।
  • ପରେ ଅନଲାଇନ ଆବେଦନ ପାଇଁ ଓ୍ଵେବସାଇଟ୍‌ osstet.co.in କୁ ଯାଇ ଆବେଦନ କରିପାରିବେ।
  • ଡିସେମ୍ଵର ୧୬ ସୁଦ୍ଧା ଅନଲାଇନରେ ଫିସ୍‌ ଦାଖଲ କରିପାରିବେ।

Comment