ଓଡ଼ିଶାଲାଇଭ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗର ୫ଟି  ଟିମ୍‌ ମିଳିତ ଭାବେ ଏହି ଚଢାଉ କରିଛନ୍ତି।

ବାରିପଦା ଭଡାଘର, ନୟାଗଡ଼ର ନିଜ ଘର, ଆଇଟିଡିଏ କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଘରେ ଏକା ସହିତ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉ ଜାରି ଥିବାରୁ ମୋଟ ଜବତ ସମ୍ପତ୍ତିର ହିସାବ ଆକଳନ କରାଯାଇ ପରେ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ପୃକ୍ତ ଯନ୍ତ୍ରୀ ଦୁର୍ଗା ମାଧବ ବାରିପଦା ଆଇଟିଡିଏର କୁଳିଅଣା ଏବଂ ବଡ଼ସାହି ବ୍ଲକ ଦାୟିତ୍ୱରେ ଥିଲେ।

Comment