ଓଡ଼ିଶାଲାଇଭ୍ ବ୍ୟୁରୋ

୩୪ ସାଙ୍ଗଠନିକ ଜିଲ୍ଲାରେ କିଏ ଧରିଲେ ବିଜେପି ମଙ୍ଗ?
ତୃଣମୂଳ ସ୍ତରରୁ ସଙ୍ଗଠନ ସଜାଡୁଛି ବିଜେପି। ଏନେଇ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲିଛି। ଏହି କ୍ରମରେ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଜିଲ୍ଲା ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ଫଳାଫଳ ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଘୋଷଣା କରିଛନ୍ତି।
ମୋଟ ୩୬ଟି ସାଙ୍ଗଠନିକ ଜିଲ୍ଲା ଭିତରୁ ୩୪ଟିରେ ସଭାପତି ପଦ ଘୋଷଣା ହୋଇଛି। ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସଭାପତି ପଦକୁ ନେଇ କେଁ ରହିଥିବାରୁ ସଭାପତି ପଦ ଘୋଷଣା ହୋଇପାରିନି।
ଅନୁଗୁଳ ଜିଲ୍ଲା ସଭାପତି ହେଲେ ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳରେ ନରେଶ ମହାପାତ୍ର, କଟକ ନଗରରେ ଲଲାତେନ୍ଦୁ ବଡୁ, କଟକ ସଦରରେ ପ୍ରକାଶ ଚନ୍ଦ୍ର ବେହେରା, ଜଗତସିଂହପୁରରେ ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡାରେ କିଶୋର ପଣ୍ଡା, ଯାଜପୁରରେ ଗୌତମ ରାୟ, ଭଦ୍ରକରେ ହେମନ୍ତ ପାଢୀ, ବାଲେଶ୍ୱରରେ ଉମାକାନ୍ତ ମହାପାତ୍ର ସଭାପତି ହୋଇଛନ୍ତି।
ସେହିପରି ବାରିପଦାରେ କାନ୍ଦରା ସୋରେନ, ରାଇରଙ୍ଗପୁରରେ ବିଧାୟକ ନବଚରଣ ମାଝି, କେନ୍ଦୁଝରରେ ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ(ବଣାଇ)ରେ ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ)ରେ ଲତିକା ପଟ୍ଟନାୟକ, ସୁନ୍ଦରଗଡରେ ବିଧାୟକ ଭବାନୀ ଭୋଇ, ଝାରସୁଗୁଡାରେ ମଙ୍ଗଳ ସାହୁ, ଦେବଗଡରେ ମୀନ କେତନ ପ୍ରଧାନ, ସମ୍ବଲପୁରରେ ଗିରିଶ ପଟେଲ, ବରଗଡରେ ଅଶ୍ୱନୀ ଷଡଙ୍ଗୀ, ବୌଦ୍ଧରେ ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁରରେ ପ୍ରମୋଦ ମହାପାତ୍ର, ବଲାଙ୍ଗୀରରେ ଶିବାଜୀ ମହାନ୍ତି, ନୂଆପଡାରେ ସୁବ୍ରତ ଠାକୁର, କନ୍ଧମାଳରେ ଜଗନ୍ନାଥ ସାହୁ, ନବରଙ୍ଗପୁରରେ ଜଗଦୀଶ ବିଶୋଇଙ୍କ ହାତରେ ଜିଲ୍ଲା ବିଜେପିର ମଙ୍ଗ ରହିଛି।
କୋରାପୁଟରେ ସୁମନ୍ତ ପ୍ରଧାନ, ମାଲକାନଗିରିରେ ବିଧାୟକ ଆଦିତ୍ୟ ମାଢୀ, ରାୟଗଡାରେ ଶିବ ପଟ୍ଟନାୟକ, ଗଜପତିରେ ବିଧାୟକ କେ. ନାରାୟଣ ରାଓ, ଗଂଜାମରେ ବିଭୂତି ଜେନା, ଗୁମୁସରରେ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡରେ ଲାଲା ମନୋଜ ରାୟ, ଖୋର୍ଦ୍ଧାରେ ରଶ୍ମି ରଂଜନ ମହାପାତ୍ର, ପୁରୀରେ ଆଶ୍ରିତ ପଟ୍ଟନାୟକ ଜିଲ୍ଲା ସଭାପତି ହୋଇଛନ୍ତି।


















