ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଶୁକ୍ରବାର ସକାଳୁ କରଞ୍ଜିଆ ଉପଖଣ୍ଡର ଯଶୀପୁର ଡାକ୍ତରଖାନାକୁ ପରିଦର୍ଶନରେ ଆସିଥିଲେ ମୁଖ୍ୟ ଶାସନ ସଚିବ। ଡାକ୍ତରଖାନାରେ ରୋଗୀମାନଙ୍କ ସହିତ ସିଧାସଳଖ କଥା ହେବା ସହିତ ରୋଗୀ ସେବା ଓ ଖାଦ୍ୟ କିପରି ମିଳୁଛି ଆଲୋଚନା କରିଥିଲେ।

ଡାକ୍ତରଖାନାରେ କେଉଁ ମେଡିସନ ମିଳୁଛି ଏନେଇ ସେ କର୍ମଚାରୀମାନଙ୍କଠାରୁ ବୁଝିଥିଲେ। ଏହାସହ ମହାର୍ଦ୍ଦା ପଳସାଠାରେ ଓଏମ୍‌ଡିସି ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ରାସ୍ତା ଦେଖିଥିଲେ। ଏହାପରେ ବାରିପଦା ଅଭିମୁଖେ ଯାଇଥିଲେ। ମୁଖ୍ୟ ଶାସନ ସଚିବ ସହିତ ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହିଥିଲେ।

Comment