ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ଗ୍ରାମ ରୋଜଗାର ସେବକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାର ମୋଟ୍ ୩୩ଟି ଗ୍ରାମ ରୋଜଗାର ସେବକ ପଦରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆବେଦନ କରିବାର ଶେଷ ତାରିଖ : ଜାନୁଆରୀ ୧୪ ତାରିଖ ୨୦୨୦
ଯୋଗ୍ୟତା
- ଏଥିପାଇଁ ପ୍ରାର୍ଥୀଙ୍କର ବୟସ ୧୮ ବର୍ଷରୁ ଅଧିକ ଓ ୪୦ ବର୍ଷରୁ କମ୍ ହେବା ଦରକାର।
- ପ୍ରାର୍ଥୀ ଜଣକ +୨ ପାସ୍ କରିବା ସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ।
- ପ୍ରାର୍ଥୀ ଜଣକ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା ହୋଇଥିବା ଆବଶ୍ୟକ।
କେମିତି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀମାନେ www.nabarangpur.nic.in ରେ କ୍ଲିକ୍ କରି ପ୍ରଥମେ ଫର୍ମ ପୂରଣ କରିବେ।
ଏହାପରେ ପ୍ରାର୍ଥୀମାନେ ଏହି ଫର୍ମକୁ ସ୍ପିଡ୍ ପୋଷ୍ଟରେ project director,DRDA, Nabarangpur,At/po- Nabarangpur,Dist- Nabarangpur ପାଖକୁ ପଠାଇବେ।
















