ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପୂର୍ବ କ୍ଷତିପୂରଣ ମିଳିନଥିବା ବେଳେ ଗତ ରାତି ପୁଣି ହାତୀପଲଙ୍କ ଉପଦ୍ରବରେ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଏଥିରେ ପୁଣି ଜଣକ ଘର ଭାଙ୍ଗିଥିବାରୁ ଲୋକମାନେ ରାସ୍ତାରୋକ କରିଛନ୍ତି। କିଛି ହାତୀପଲ ଶୁକ୍ରବାର ରାତିରେ କରଞ୍ଜିଆ ରେଞ୍ଜ ଡିଆଯୋଡ଼ି ଗାଁର ରାମସାହିରେ ଅଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିଲେ।

ଶୁକ୍ରବାର ରାତିରେ ଘର ଭାଙ୍ଗିବା ସମୟରେ ଉପସ୍ଥିତ ଥିବା ବନକର୍ମଚାରୀ ହାତୀଙ୍କୁ ଘଉଡେଇବା ବଦଳରେ ଗାଁ ଛାଡି ଚାଲିଯାଇଥିବାରୁ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତର କିଛି ଗାଁରେ ଅସନ୍ତୋଷ ଦେଖାଯାଇଥିଲା। ଲୋକେ ପ୍ରତିବାଦ ସ୍ୱରୂପ କରଞ୍ଜିଆ କେନ୍ଦୁଝର ରାସ୍ତାକୁ କିଛି ସମୟ ଧରି ଅବରୋଧ କରିଥିଲେ। ପରେ ବନବିଭାଗ ଓ କରଞ୍ଜିଆ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଗତ ୫ ମାସ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଏହି ୨୨ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଛି। ସେପଟେ ହାତୀପଲଟି ଏବେ ୩ ଭାଗରେ ବିଭକ୍ତ ହୋଇ ନିକଟ ଦରି, ଡୁମୁରିଆ ଓ ସାନବଡ଼ପୋଷି ଜଙ୍ଗଲରେ ଡେରା ପକାଇଛନ୍ତି।

Comment