ଓଡ଼ିଶାଲାଇଭ୍‌ ବ୍ୟୁରୋ  

ବାରବାଟୀ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କଲେ ଭାରତୀୟ ପେସ୍‌ ବୋଲର ନବଦୀପ ସୈନୀ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ। ବାରବାଟୀରେ ସେ ତାଙ୍କ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଛନ୍ତି।

ଆହତ ସମସ୍ୟା ଯୋଗୁଁ ଦୀପକ ଚହର ଦଳରୁ ବାଦ ପଡ଼ିବା ପରେ ସୈନୀଙ୍କୁ ଦଳରେ ସାମିଲ କରାଯାଇଥିଲା। ବାରବାଟୀ ସେ ତାଙ୍କ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ବାରବାଟୀ ମ୍ୟାଚ ସ୍ମରଣୀୟ ହେବ।

ଏହି ମ୍ୟାଚ ଜରିଆରେ ଭଲ ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ ସୈନୀ। ବର୍ତ୍ତମାନ ପର୍ଯ୍ୟନ୍ତ ସୈନୀ ୪ ଓଭର ବୋଲିଂ କରି ୧୨ ରନ୍‌ ଦେଇଛନ୍ତି। ଏଯାଏଁ ସେ କୌଣସି ଓ୍ଵିକେଟ ନେଇପାରିନାହାନ୍ତି।

Comment