ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଅଟୋ। ଫଳରେ ଅଟୋ ଭିତରେ ଥିବା ୫ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ଦେଓପୋଲ ନିକଟରେ।

ମଙ୍ଗଳବାର ସନ୍ଧ୍ୟା ୮ଟା ୨୦ମିନିଟ ସମୟରେ ଏକ ତିନି ଚକିଆ ଅଟୋ କରଞ୍ଜିଆ ବଜାରରୁ ନିଜ ଗ୍ରାମ କେନ୍ଦୁଝର ଜିଲ୍ଲା ପିପିଲିଆକୁ ଯାଉଥିବା ବେଳେ କରଞ୍ଜିଆ ଢେଙ୍କିକୋଟ ରାସ୍ତା ଦେଓ ପୋଲ ନିକଟରେ ଓଲଟି ପଡ଼ିଥିଲା ପିପିଲିଆ ଗ୍ରାମର ଦୁଇ ଜଣ ଅଜଣା ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଘୋଡାବନ୍ଦ ଗ୍ରାମର ମଧ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସେହିପରି ଅନ୍ୟ ଦୁଇଜଣ ଆହତ ହଇଥିବା ଦେଖିବାକୁ ମିଳିଛି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି। ଘଟଣାସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment