ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଡିସେମ୍ବର ସୁଦ୍ଧା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ କର୍ମଚାରୀଙ୍କ ସମସ୍ତ ପଦୋନ୍ନତି ପ୍ରତିବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ¸ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନବୀନ କହିଛନ୍ତି ଯେ, ପଦୋନ୍ନତି ପ୍ରକ୍ରିୟାରେ ଯେପରି ସ୍ଵଚ୍ଛତା ଅବଲମ୍ବନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କରାମର୍ଶ ଦେଇଛନ୍ତି।

ଜିଲ୍ଲା ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗୀୟ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରାଯାଇ ଜାନୁଆରି ୧ ତାରିଖ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ।

ପଦୋନ୍ନତିରେ ବିଳମ୍ବ ହେଲେ ବିଭାଗୀୟ ମୁଖ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comment