ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ଜାନୁଆରି ମାସରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ସରିଛି। ଫିଟ୍‌ ହେବା ପରେ ଶିଖର ଧଓ୍ଵନ ଓ ଯଶପ୍ରୀତ ବୁମରା ଦଳକୁ ଫେରିଛନ୍ତି। ସେହିପରି ରୋହିତ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ବିଶ୍ରାମ ମିଳିଥିବା ବେଳେ ମହମ୍ମଦ ସାମିଙ୍କୁ ଉଭୟ ସିରିଜରୁ ବିଶ୍ରାମ ମିଳିଛି।

ଆସନ୍ତା ଜାନୁଆରି ୫ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ସିରିଜ ଆରମ୍ଭ କରିବ। ସେହିପରି ଜାନୁଆରି ୭ ଦ୍ଵିତୀୟ ଓ ଜାନୁଆରି ୧୦ରେ ତୃତୀୟ ଟି-୨୦ ଖେଳିବ। ସେହି ମାସ ୧୪ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ।

ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି(ଅଧିନାୟକ), ଶିଖର ଧଓ୍ଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷବ ପନ୍ତ, ରବୀନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ନଭଦୀପ ସୈନୀ, ଶାର୍ଦୁଲ ଠାକୁର, ମନୀଷ ପାଣ୍ଡେ, ଓ୍ଵାସିଂଟନ ସୁନ୍ଦର, ସଂଜୁ ସାମସନ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳ: ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷବ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ନଭଦୀପ ସୈନୀ, ଶାର୍ଦୁଲ ଠାକୁର, ମନୀଷ ପାଣ୍ଡେ।

Comment