ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କରେ ୯୨୬ ପଦବୀ ପାଇଁ ଆବେଦନ କରିପାରିବେ। ଭୁବନେଶ୍ଵର ପାଇଁ ରହିଛି ୨୮ ପଦବୀ।

ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ରେ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବମୋଟ ୯୨୬ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଥିବା ବେଳେ ଭୁବନେଶ୍ଵର ପାଇଁ ୨୮ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖରେ ୧୬ ଜାନୁଆରି ୨୦୨୦।

ଜାଣନ୍ତୁ କେଉଁଠି କେତେ ପଦବୀ?

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଯେକୌଣସି କଲେଜରୁ ଗ୍ରାଜୁଏସନ୍‌ ପାସ୍‌ କରିଥିବା ସହ ୫୦ ପ୍ରତିଶତ ମାର୍କ ରଖି ଥିବା ଦରକାର।
  • ଏକ୍ସ ସର୍ଭିସମ୍ୟାନ ପ୍ରାର୍ଥୀ ଗ୍ରାଜୁଏସନ୍‌ ପାସ କରିଥିବା ଦରକାର। ଏହାସହ ୧୫ ବର୍ଷ ପ୍ରତିରକ୍ଷା ବିଭାଗରେ ଚାକିରି କରିଥିବା ଆବଶ୍ୟକ।
  • ପ୍ରାର୍ଥୀ ଯଦି ଆରବିଆଇର ବିଭିନ୍ନ ରାଜ୍ୟର ବ୍ରାଞ୍ଚରେ ଫର୍ମ ପାକାଇବାକୁ ଚାହାନ୍ତି। ତାହେଲେ ପ୍ରାର୍ଥୀ ସେହି ରାଜ୍ୟର ଭାଷା ଲେଖି ପାରୁଥିବା, ପଢ଼ି ପାରୁଥିବା ଓ ବୁଝି ପାରୁଥିବା ଦରକାର।

ଚୟନ ପ୍ରକ୍ରିୟା

  • ପ୍ରିଲିମିନାରୀ ପରୀକ୍ଷା
  • ମେନ୍‌ ପରୀକ୍ଷା
  • ଏଲପିଟି(ଭାଷା ପ୍ରବିଣତା ପରୀକ୍ଷା)

ପରୀକ୍ଷା ଫିସ୍‌

  • ଓବିସି, ଜେନେରାଲ, ଇଡବ୍ଲୁଏସ୍‌ – ୪୫୦ ଟଙ୍କା
  • ଏସ୍‌ସି, ଏସଟ୍, ପିଡବ୍ଲୁବିଡି, ଏସ୍କ ସର୍ଭିସମ୍ୟାନ – ୫୦ ଟଙ୍କା

କେମିତି କରିବେ ଆବେଦନ

  • ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଓ୍ଵେବସାଇଟ୍‌ rbi.org.in କୁଯାଇ ବିଜ୍ଞାପନ ଦେଖିପାରିବେ।
  • ଏହାପରେ ଓ୍ଵେବସାଇଟ୍‌ରେ ଅନଲାଇନରେ ଆବେଦନ କରିବେ। ଆବେଦନ କରିବା ବେଳେ ଫର୍ମକୁ ଭଲ ଭାବେ ପୂରଣ କରିବା ଦରକାର।
  • ପରେ ନିଜ ଦସ୍ତଖତ, ଫଟୋ ଓ ଶିକ୍ଷାଗତ ପ୍ରମାଣପତ୍ରର ସ୍କାନ କପିକୁ ଅପଲୋର୍ଡ କରିବେ।
  • ଶେଷରେ ଅନଲାଇନରେ ଫିସ୍‌ ଦାଖଲ କରିବେ।

Comment