ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ଫକିର ମୋହନ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ କରାଯିବ। ଏନେଇ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ଵର ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ମେଧାବୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ଲାପଟପ ପାଇପାରିବେ।

କାର୍ଯ୍ୟକ୍ରମ ସୂଚୀ

  • ୨୮.୧୨.୨୦୧୯ – କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଭୋକେସ୍‌ନାଲ (ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀ)
  • ୨୯.୧୨.୨୦୧୯ – ବାଣିଜ୍ୟ, ସଂସ୍କୃତ ଓ ଭୋକେସନାଲ (ସାଧାରଣ ବର୍ଗ)
  • ୩୦.୧୨.୨୦୧୯ – କଳା (ସମସ୍ତ ସାଧାରଣ ବର୍ଗ ଛାତ୍ରଛାତ୍ରୀ)
  • ୩୧.୧୨.୨୦୧୯ – ବିଜ୍ଞାନ (ସମସ୍ତ ସାଧାରଣ ବର୍ଗ ଛାତ୍ରଛାତ୍ରୀ)

ସମୟ

ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ୩୦

ଲାପଟପ୍‌ ନେବା ବେଳେ ଛାତ୍ରଛାତ୍ରୀ ନିଜର ଯୁକ୍ତ ଦୁଇ ଆଡମିଟ୍‌ କାର୍ଡ ଓ କଲେଜ ପରିଚୟ ପତ୍ର ଆଣିଥିବା ଆବଶ୍ୟକ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ www.fmcollege.nic.in କୁ ଯାଇ ଦେଖିପାରିବେ।

Comment