ଓଡ଼ିଶାଲାଇଭ୍ ବ୍ୟୁରୋ

ଲକ୍ଷ୍ନୌର ଲୋକଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚ ମୂର୍ତ୍ତିକୁ ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହ ମୋଦୀ ସେଠାରେ ବାଜପେୟୀଙ୍କ ନାଁରେ ହେଉଥିବା ମେଡିକାଲ୍ ବିଶ୍ୱବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି।ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ଗସ୍ତ କରିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଆନନ୍ଦୀବିନ୍ ପଟେଲଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ସ୍ୱାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଲୋକଭବନଠାରେ ବାଜପେୟୀଙ୍କ ୨୫ଫୁଟ୍ ଉଚ୍ଚ ବ୍ରୋଞ୍ଚ୍ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ତାଙ୍କ ପାଇଁ ଗୌରବର ବିଷୟ। ଏହାସହ ଆଜିର ଦିନରେ ଅଟଳ ଭୂଜଳ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି। ବାଜପେୟୀ ଆମ ଦେଶର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି, ତେଣୁ ତାଙ୍କର ଯେତେ ବି ସମ୍ମାନ କଲେ କମ୍ ହେବ ବୋଲି ମୋଦୀ କହିଥିଲେ।

Comment