ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଦିନକୁ ଦିନ ହାତୀ ଆକ୍ରମଣରେ ଯାଉଛି ଅନେକଙ୍କ ଜୀବନ। ବୁଧବାର ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି।

ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଶାଣିପାଳ ଗ୍ରାମର କତରା ନଦୀକୁ ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ପାଞ୍ଚ ଟିକିଆ ହାତୀପଲ୍ଲଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଦଳି ମାରି ଦେଇଛି। ମୃତ ମହିଳାଙ୍କ ନାଁ ସ୍ନେହଲତା ସେଠୀ ଜଣାପଡ଼ିଛି।

ମହିଳାଙ୍କ ମୃତ୍ୟୁପରେ ଏଥିପାଇଁ ବନ ବିଭାଗ ଦାୟୀ ବୋଲି ମହିଳାଙ୍କ ପରିବାର ଲୋକ ଦାବି କରିଛନ୍ତି। ମୃତକଙ୍କ ପରିବାରଙ୍କୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ନିକଟରେ ଥିବା ହାତୀପଲ୍ଲଙ୍କୁ ତୁରନ୍ତ ଘଉଡେଇବାକୁ ଦାବି କରିଛନ୍ତି ପରିବାର ତଥା ଗ୍ରାମବାସୀ।

ଘଟଣାସ୍ଥଳରେ ବାଙ୍ଗିରିପୋଷି ରେଞ୍ଜର ତପନ ଦାସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହିତ ବାକି କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Comment